୨୫ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି ଡେଭଲପ୍


ରାଉରକେଲା- ଆରଏମଆରସି ପକ୍ଷରୁ ହୋଇଥିବା ସେରୋ ସର୍ଭେରୁ ଜଣାପଡିଛି ଯେ ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି ଡେଭଲପ୍ ହୋଇଛି । ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଆଂଟିବଡି ଡେଭଲପ ହେଲେ କରୋନା ପ୍ରତିଷେଧକରେ ସହାୟକ ହେବ । ଗତ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ରାଉରକେଲାରେ ସେରୋ ସର୍ଭେ ହୋଇଥିବା ବେଳେ ଏଭଳି ତଥ୍ୟ ସମ୍ନାକୁ ଆସିଛି । ସୁନ୍ଦରଗଡ ଜିଳ୍ଲାରେ ୧ ପ୍ରତିଶତ ପଜିଟିଭ ରହିଥିବା ବେଳେ ରାଉଲକେଲାରେ ୮ ପ୍ରତିଶତ ରହିଛି । ତେଣୁ ଆଗମୀ ଦିନମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା କମିବା ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ।

Comments (0)
Add Comment