ତିନି କୃଷି ଆଇନକୁ ସ୍ଥଜିତ ରଖିବାକୁ କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ବିବାଦୀୟ କୃଷି ଆଇନକୁ କିଛି ଦିନ ପାଇର୍ ସ୍ଥଗିତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଏ ନେଇ ଚାଲିଥିବା ମାମଲାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ଉଦେ୍ଧଶ୍ୟରେ କହିଛନ୍ତି ଯେ ଏହି ତିନି ଆଇନକୁ ତମେ ସ୍ଥଗିତ ରଖିବା ନା ଆମେ ଏହା କରିବୁ । ତେବେ ଏ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତି ଆସନ୍ତାକାଲି ମଙ୍ଗଳବାର ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ରାୟ ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି , ଏହି ଆଇନ ବିରୋଧୀ ଆନେ୍ଦାଳନ ଜନିତ ସ୍ଥିତି ଅଧିକ ଖରାପ ଆଡ଼କୁ ଗତି କରୁଛି । ଏନେଇ ଆମେ ଅସନ୍ତୋଷ ପ୍ରକାଶ କରୁଛୁ । ଯଦି ଏହାକୁ ନେଇ ରକ୍ତପାତ ହୁଏ ତେବେ ସେଥିପାଇଁ ଆମେ ସମସ୍ତେ ଦାୟୀ ରହିବା । ସେହିପରି ଏହି ତିନି ଆଇନ ନେଇ ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କୁ କେତେକେ ପଶ୍ନ ପଚାରିଛନ୍ତି ।ସରକାର ଏହି ପ୍ରସଙ୍ଗରେ କିପରି ମୁକାବିଲା କରୁଥିଲେ ଜାଣିଛନ୍ତିଚି ନାହିଁ ? ନିୟମ ତିଆରି କରିବା ପୂର୍ବରୁ କାହା ବିଷୟରେ ଆଲୋଚନା କରିଥିଲେ କି ନାହିଁ? ଏବେ ସରକାର କ’ଣ କରୁଛନ୍ତି ? ସିଲିସିଟର ଜେନେରାଲ କହିଛନ୍ତି ଯେ ବହୁ ସଂଖ୍ୟକ କୃଷକ ସଂଗଠନ ଏହି ଆଇନକୁ ଲାଭଦାୟକ ବୋଲି କହିଛନ୍ତି । ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଆମ ଆଗରେ କେହି ଆସି ଏହା କହି ନାହାନ୍ତି । ତେଣୁ ଆମେ ଏହା ଉପରେ କିଛି କହିବୁ ନାହିଁ କି ବିଚାର କରିବୁ ନାହିଁ । ଯଦି ବହୁ ଚାଷୀ ସମର୍ଥନ କରୁଛନ୍ତି ତା ହେଲେ ଏ ସଂକ୍ରାନ୍ତରେ ଗଠିତ ହୋଇଥିବା କମିଟିକୁ ସର୍ବପ୍ରଥମେ କୁହନ୍ତୁ । ଆଟର୍ଣ୍ଣ ଜେନେରାଲ କହିଛନ୍ତି ଯେ ଆଇନ ତିଆରି ହେବା ପୂର୍ବରୁ ବିଶେଷଜ୍ଞ କମିଟି ଗଠନ କରାଯାଇଛି ।ଅନେକ ଲୋକଙ୍କ ସହ ଆଲୋଚନା ହୋଇଛି । ପୂର୍ବ ସରକାର ମଧ୍ୟ ଏହି ଦିଜରେ ଚେଷ୍ଟା କରିଛନ୍ତି ।ଏହା ପରେ ସିଜେଆଇ କହିଛନ୍ତି ଯେ ପୂର୍ବେ ସରକାର ଏହାକୁ ଆରମ୍ଭ କରିଥିଲେ ବୋଲି ଯୁକ୍ତି ବୈଧତା ରଖୁନି । ଆପଣ କୋର୍ଟକୁ ଏକ ଅଦ୍ଭୁତ ସ୍ଥିତିରେ ରଖୁଛନ୍ତି । ସମାଧାନ ।ଇଁ ସରକାର ବାଟ ବାହାର କରବା ଦାରକାର । ଯଦି ସରକାର ବୁଝାମଣା କରିପାରିବାର କ୍ଷମତା ରଖିଛନ୍ତି ତେବେ ଏ ସମୟରେ ଆଇନର କାର୍ଯ୍ୟକାରିତା ଉପରେ ଜିଦ୍ ନ ରଖିବା ଦରକାର । ତେଣୁ ପ୍ରଥମେ କଥାବାର୍ତା ଆରମ୍ଭ କରନ୍ତୁ । ଏବାବଦରେ କୋର୍ଟ ଅବଗତ ଅଛନ୍ତି । ଏଥିପାଇଁ ଏକ କମିଟି ଗଠନ କରିବାକୁ କୋର୍ଟ ନିଷ୍ପତି ନେଇଛି । ପ୍ରଧାନ ବିଚାପତି କହିଛନ୍ତି ଯେ ଆପଣ ସମାଧାନ ଖୋଜିବାରେ ସମର୍ଥନ । ଆନେ୍ଦାଳନରତ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଆନେ୍ଦାଳନରେ କାହିଁକି ମହିଳା ଏବଂ ବୁଦ୍ଧମାନେ ବସିଛନ୍ତି ତାହା ଅସ୍ପଷ୍ଟ । ସମାଧାନ ପାଇଁ ଆମେ ଏକ କମିଟି ଗଠନ କରିବାକୁ ଯାଉଛୁ । ତେବେ ଆଇନ ସପକ୍ଷରେ ଏବଂ ଆନେ୍ଦାଳନ ବିରୋଧରେ ଆମେଦନକାରୀଙ୍କ ଓକିଲ ହରିଶ ସାଲଭେ କହିଛନ୍ତି ଯେ କେବଳ ଆଇନର ବିବାଦୀୟ ଅଂଶ ଉପରେ ରୋକ୍ ଲଗାଯିବା ଦରକାର । କିନ୍ତୁ ପ୍ରଧାନ ବିଚାରପତି କହିଛନ୍ତି ଯେ ନା ଆମେ ସମ୍ପୂର୍ଣ୍ଣ ଆଇନ ଉରେ ପ୍ରତିବନ୍ଧକ ଲଗାଇବୁ । ଆଇନ ଉପରେ ରୋକ୍ ଲାଗିବା ପରେ ମଧ୍ୟ ଚାଷୀ ସଂଗଠନ ଆନେ୍ଦାଳନ ଜାରି ରଖିପାରିବେ । କିନ୍ତୁ ଆମେ ଜାଣିବାକୁ ଚାହିଁବୁ ଏହା ପରେ ସାଧାରଣ ଲେକଙ୍କୁ ରାସ୍ତା ଛାଡି ଦିଆଯିବ କି? । ପ୍ରଧାନ ବିଚାରପତି କହିଛନ୍ତି ଯେ ଆମେ ଆଶଙ୍କା କରୁଛୁ ଯେ ଦିନେ ଆନେ୍ଦାଳନ ସ୍ଥାନରେ ହିଂସା ସୃଷ୍ଟି ହୋଇପାରେ । ଆଇନ୍ ବିରୋଧରେ ଆବେଦନ କରିଥିବା ଏମ୍ . ଏଲ୍ ଶର୍ମା ୧୯୫୫ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇଥିଲେ । ଏହା ଉରେ ପ୍ରଧାନ ବିଚାରପତି କହିଛନ୍ତି ଯେ ବର୍ତମାନ ଆମେ ଏଭଳି ପୁରୁଣା ସଂଶୋଧନକକୁ ବନ୍ଦ କରିବାକୁ ଯାଉନୁ । ସୂଚନାନୁଯାୟୀ, ଦିଲ୍ଲୀ ସୀମାରେ ତିନି କୃଷି ଆଇନକୁ ବିରୋଧ କରି ୪୮ ଦିନ ଧରି ଚାଷୀ ଆନେ୍ଦାଳନରେ ବସିଛନ୍ତି । ଚାଷୀ ଆନେ୍ଦାଳନ ଏବଂ କୃଷି ଆଇନ ସହ ଜଡିତ ସମସ୍ତ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି କରୁଛନ୍ତି । ଚାଷୀଙ୍କ ତରଫରୁ ବରିÂ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ଦୁଷ୍ୟମ ଡାଭେ ଓକିଲାତି କରିଛନ୍ତି । ଜାନୁଆରୀ ୭ରେ କେନ୍ଦ୍ର ଏବଂ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ରାଉଣ୍ଡ ଆଲୋଚନା ବିଫଳ ହୋଇଥିଲେ । ଏହାପରେ ପରବର୍ତୀ ବୈଠକ ଜାନୁଆରୀ ୧୫ରେ ବସିବ ବୋଲି ଜଣାପଡିଛି ।

Comments (0)
Add Comment