ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ସଂକ୍ରମଣ ଆଜି ୫ଦିନ ପରେ ୪ଲକ୍ଷ ତଳକୁ ଖସିଛି । ଆଜି ପୁଣି ୩,୬୬.୧୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ  ଆଜି ଦିନକରେ  ୩.୭୫୪ ଜଣ ମୃତ୍ୟୁ ବରଣ କରିଛନ୍ତି ।  ଦେଶରେ ଆଜି ସଂକ୍ରମଣ ୫% ହ୍ରାସ ପାଇଥିବା କୁହାଯାଇଛି । 
 ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ  ୨,୨୬,୬୨,୫୭୫ ଓ ମୃତ୍ୟୁ ସଂଖ୍ୟା ୨,୪୬,୧୧୬ରେ ପହଞ୍ଚିଛି ।  ସେହିଭଳି ଗତ ୨୪ ଘଂଟା ମଧ୍ୟରେ ୩,୫୩,୮୧୮  ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୮୩,୧୭,୪୦୪ରେ ପହଞ୍ଚିଛି ।  ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୩୬,୬୪୮ । 
 କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ର ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୬,୯୪,୩୯,୬୬୩ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।  ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ  ପାଇଁ ମେ’ ୯ ତାରିଖ ସୁଦ୍ଧା ସମୁଦାୟ ୩୦,୩୭,୫୦,୦୭୭ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି  ୩୦,୩୭,୫୦,୦୭୭ରେ ନୁମନା ।