ଓଡ଼ିଶାକୁ ଆସିପାରେ ତୃତୀୟ ଲହର ସତର୍କ ରହିବାକୁ ପରାମର୍ଶ

ତୃତୀୟ ଲହରକୁ ନେଇ ଆଶଙ୍କା ବଢ଼ୁଥିବା ବେଳେ କିଛି ବରିଷ୍ଠ ଡାକ୍ତରଙ୍କ ମତରେ ଏହା ଦ୍ୱିତୀୟ ଲହର ଠାରୁ ଅଧିକ ସାଂଘଶତିକ ହୋଇପାରେ । କାରଣ ତୃତୀୟ ଲହରରେ ଅଧିକ ମ୍ୟୁଟେସନ୍ ଓ ଅଧିକ ସଂକ୍ରମଣ ହେବା ଆଶଙ୍କା ରହିଛି । ଟିକା ନେଇନଥିବାରୁ ପିଲାମାନେ ଅଧିକ ଅସୁରକ୍ଷିତ ରହିବା ସମ୍ଭାବନା ଥିବାରୁ ସେମାନେ କିପରି ସଂକ୍ରମଣରୁ ଦୂରେଇ ରହିବେ ସେଥିପ୍ରତି ଯତ୍ନବାଦ ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଓ ଦୁଇଡୋଜ୍ ଟିକା ନେଇଗଲେ, ଆମେ କରୋନାରୁ ସଂପୂର୍ଣ୍ଣ ସୁରକ୍ଷିତ ହୋଇଗଲେ ବୋଲି ଭାବିବା ଠିକ୍ ନୁହେଁ ବୋଲି କହିଛନ୍ତି । ତେବେ ରାଜ୍ୟ ସଜସ୍ୱସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଓଡ଼ିଶାକୁ ତୃତୀୟ ଲହର ବି’ ଆସିପାରେ ଓ ନଆସି ବି’ ପାରେ ବୋଲି ଅନୁମାନ କରିଛନ୍ତି ।ତାଙ୍କ କହିବା ଅନୁଯାୟୀ ରାଜ୍ୟକୁ ତୃତୀୟ ଲହର ପାଇଁ କିନ୍ତୁ ପ୍ରସ୍ତୁତ ରହିବାକୁ ପଡିବ । ସରକାର ଏଥିଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହାର ପ୍ରଭାବ କେତେ ପଡିବ ଓ କମ୍ ହେବ କି ନା, ତାହା ଟିକା ଦାନ ପରବର୍ତୀ ଅବସ୍ଥା ଓ ସତର୍କତା ଉପରେ ନିର୍ଭର କରେ ବୋଲି ସେ ମତବ୍ୟକ୍ତ କରିଛନ୍ତି । ତେବେ ସଂକ୍ରମଣ ଆଶଙ୍କା କମ୍ ରହିବ । ଦ୍ୱିତୀୟ ଡୋଜ୍ ଟିକା ନେବାର ଦୁଇ ସପ୍ତାହରୁ ୩ ସପ୍ତାହ ମଧ୍ୟରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଏହି ସମୟ ମଧ୍ୟରେ ଅଧିକ ସତର୍କ ରହିବାକୁ ହେବ । ଶ୍ରୀମିଶ୍ର ମଧ୍ୟ କହିଛନ୍ତି ଯେ ତୃତୀୟ ଲହର ଭାରତକୁ ଆସିବା ଅସମ୍ଭବ ନୁହେଁ । ଏହା ପୂର୍ବରୁ ବହୁ ଦେଶ ତୃତୀୟ ଲହର ଦ୍ୱାରା ଆକ୍ରାନ୍ତ ହୋଇସାରିଛି । ତେବେ ଟିକା ଦାନ ଆରମ୍ଭ ହୋଇଯାଇଥିବାରୁ ସମ୍ପୂର୍ଣ୍ଣ ଦୁଇ ଡୋଜ ଟିକା ନେଇଥିଲେ, ତୃତୀୟ ପ୍ରଭାବ ସେତେ ନପଡିପାରେ । କିନ୍ତୁ ସମସ୍ତେ ଏଥିପ୍ରତି ସତର୍କ ରହିବା ଅତ୍ୟନ୍ତ ଆବଶ୍ୟକ ।

Comments (0)
Add Comment