ଗୋଣ୍ଡା: ଦେଶରେ ଶିଶୁ ଅପହରଣ ମାମଲା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଶିଶୁମାନଙ୍କୁ ଅପହରଣ କରି ସେମାନଙ୍କ ପରିବାର ଠାରୁ ଟଙ୍କା ହାସଲ , ନଚେତ୍ ଶିଶୁକୁ ଅପରାଧ କାମରେ ନିୟୋଜିତ କରୁଛନ୍ତି । ଏପରି ଏକ ଗ୍ୟାଙ୍ଗର ପର୍ଦ୍ଧାଫାସ କରିଛି ଉତ୍ତରପ୍ରଦେଶ ସ୍ଥିତ ଗୋଣ୍ଡା ପୋଲିସ । ଅପହରଣକାରୀ ମାନେ ବ୍ୟବସାୟିଙ୍କ ନାତିକୁ ଚୋରି କରିନେଇ ୪ କୋଟି ଟଙ୍କା ଦେବା ପାଇଁ ଧମକ ଦେଇଥିଲା । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଖବର ମିଳିବା ପରେ ପୋଲିସ୍ ଓ ଏସଟିଏଫ ଅପରେସନ୍ ଆରମ୍ଭ କରି ଅପରାଧୀ ମାନଙ୍କୁ ଗିରଫ କରିଥିଲେ । ଏହି ଗ୍ୟାଙ୍ଗରେ ଜଣେ ମହିଳା ଥିବା କଥା ମଧ୍ୟ ଜଣାଯାଇଛି । ସୁରକ୍ଷିତ ଭାବେ ଏସଟିଏଫ ବ୍ୟବସାୟିଙ୍କ ନାତିକୁ ଉଦ୍ଧାର କରିଥିବାରୁ ସରକାର ଏଥିପାଇଁ ଟିମକୁ ଶୁଭେଛା ଜଣାଇବା ସହ ସମସ୍ତିଙ୍କ ପାଇଁ ୧ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଛନ୍ତି ।