ମୋଦୀ- ନବୀନ ଆଲୋଚନା

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କରୋନା ମୁକାବିଲା ନେଇ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫେରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ପ୍ରସ୍ତାବ ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟତଃ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ସରିବା ପରେ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା କରିବା, ଉପସାଗରୀୟ ରାଷ୍ଟ୍ରରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ବ୍ୟବସ୍ଥା ଓ ଟ୍ରେନ ଏବଂ ବିମାନ ଚଳାଚଳ ଉପରେ କଟକଣା ବଳବତର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ବର୍ତମାନ ମୌସୁମୀ ଆସି ଯାଇଥିବାରୁ ଓଡିଶା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ତେଣୁ ଟ୍ରେନ ଓ ବିମାନ ଚଳାଚଳ ଉପରେ କଟକଣା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Comments (0)
Add Comment