ଲକ୍ଷଣନଥିବା ରୋଗୀଙ୍କୁ ହୋମ ଆଇସୋଲେସନ ଅନୁମତି

ଭୁବନେଶ୍ୱର- ଏଣିକି ଲକ୍ଷଣନଥିବା ବା ସାମାନ୍ୟ ଲକ୍ଷଣଥିବା ରୋଗୀଙ୍କୁ ହୋମ ଆଇସୋଲେସନ ପାଇଁ ଅନୁମତି ଦେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସର୍ତମଳକ ଭାବେ ଘରେ ରହି ଚିକିତ୍ସିତ ହୋଇପାରିବେ । ୧୪୪ ପୌରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟରେ ହେବ ହୋମ ଆଇସୋଲେସନ । ଯେଉଁମାନଙ୍କ ଘରେ ହୋମ କ୍ୱାରେଂନଟାଇନର ବ୍ୟବସ୍ଥା ଥିବ ସେହିମାନେ ହିଁ ରହିପାରିବେ ।ଆଇସୋଲେସନ ବ୍ୟକ୍ତି ପାଇଁ ସମସ୍ତ ଚିକିତ୍ସା ଯୋଗାଇ ଦେବେ ରାଜ୍ୟ ସରକାର । ଏମିତିକି ଖାଦ୍ୟ ଭତା ମଧ୍ୟ ସରକାର ଯୋଗାଇ ଦେବେ । କିଛି ଲୋକଙ୍କୁ ହୋମ ଆଇସୋଲେସନ ଅନୁମତି ମିଳିବନି ବିଶେଷ କରି ଏଚଆଇଭି ରୋଗୀ, ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, ସେହିପରି କ୍ୟାନସର, ହୃଦରୋଗୀ, ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କୁ ଅନୁମତି ମିଳିବ ନାହିଁ । ୮୦ ପ୍ରତିଶତ ଲକ୍ଷଣହୀନ ହୋଇଥିବା କହିଲେ ମୁଖ୍ୟ ଶାସନ ସଚିବ ।

Comments (0)
Add Comment