କଟକ: କଟକରେ ପୁଣି ୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୧ ଜଣଙ୍କ ମଧ୍ୟରୁ ୩୯ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୭ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୩୧୪ ଜଣ ସୁସ୍ଥ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ୪୫୩ ଜଣ ଚିକିତ୍ସିତ ହେଉଛନ୍ତି ।