ମୁମ୍ବାଇ- ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ  ସମ୍ନାକୁ ଆସିବା ପରେ ବଡ ବଡ ତାରକାଙ୍କ ନାଁ ସମ୍ନାକୁ ଆସିଛି । ଏହି ମାମଲାର ତଦନ୍ତ  କରୁଥିବା  ଏନସିବି ରାଡାରରେ ବର୍ତମାନ ବଲିଓଡର   ୫୦ ତାରକାଙ୍କ ନାଁ ସାମ୍ନାକୁ  ଆସିଛି । ନିର୍ଦେଶକ କ୍ଷୀତଜ ପ୍ରସାଦଙ୍କୁ ୧୬/୨୦ ମାମଲାରେ ଏନସିବି ସମନ କରିଛି ।  ଆଜି ତାଙ୍କୁ  ହାଜର  ହେବାକୁ  ସମନ ଦିଆଯାଇଥିଲା ।  ବର୍ତମାନ ସେ ଦିଲ୍ଲୀରେ ଥିବାରୁ  ଶୁକ୍ରବାର ହାଜର ହେବେ ବୋଲି ଜଣାପଡିଛି । ସେହିପରି  ୧୫/୨୦ ମାମଲାରେ ଦୀପିକା ପାଦୁକୋନ, ସିମୋନ ଖମ୍ବାଟା ଏବଂ ରକୁଲ ପ୍ରୀତ ସିଂହଙ୍କୁ ଏନସବି ଜୋରା କରିବ । ୧୬/୨୦ ମାମଲାରେ ଶ୍ରଦ୍ଧା କପୁର ଏବଂ ସାରା  ଅଲୀ ଖାନଙ୍କ  ନାଁ ରହିଛି ।