ଚିହ୍ନଟ ହେଲେ ପୁଣି ନୂଆ ୧୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ବୁଧବାର ରାଜ୍ୟରେ ପୁଣି ନୂଆ ୧୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୪୫ ଜଣ କ୍ୱରେନଟିନ ସେଂଟର ହୋଇଥିବା ବେଳେ ୩୦ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ୫୭, ମୟୁରଭଞ୍ଜ ୫, ଖୋର୍ଦ୍ଧା ୨୫, ସୁନ୍ଦରଗଡ ୫, କଟକ ୩, ଜଗତସିଂହପୁର ୭, ଝାରସୁଗୁଡା ୧, ବାଲେଶ୍ୱର ୬, କେନ୍ଦ୍ରାପଡା ୧, ନୂଆପଡା ୪, କନ୍ଧମାଳ ୭, ବରଗଡ ୧୧, ପୁରୀ ୧୮, ବଲାଙ୍ଗୀର ୩ ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ଅଗ୍ନିଶମ କର୍ମଚାରୀ ରହିଛନ୍ତି । ବର୍ତମାନ ସୁଦ୍ଧା ପଜିଟିଭଙ୍କ ସଂଖ୍ୟା ୪୩୩୮ରେ ପହଂଚିଥିବା ବେଳେ ୨୯୭୪ ସୁସ୍ଥ ହୋଇଛନ୍ତି ।

Comments (0)
Add Comment