ୱାଶିଂଟନ: ଚୀନ୍ ବିରୋଧରେ ଆମେରିକା ଏବେ ବଡ ପଦକ୍ଷେପ ନେବାକୁ ଯାଉଛି । ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ , ଚୀନରେ ଶାସନ କରୁଥିବା କମ୍ୟୁନିଷ୍ଟ ପାର୍ଟିର ସମସ୍ତ ସଦସ୍ୟ ଏବଂ ସେମାନଙ୍କ ପରିବାର ଲୋକଙ୍କ ଉପରେ ଟମ୍ପ ପ୍ରଶାସନ ଭିସା ବ୍ୟାନ୍ ଲଗାଇବାକୁ ଚିନ୍ତା କରୁଛି । ଆମେରିକା ସୁରକ୍ଷା ବିଭାଗ ଏବଂ ହ୍ୱାଇଟିହାଉସର ଅଧିକାରୀ ମାନେ ଏହା ଉପରେ ପ୍ରାରମ୍ଭିକ ଆଲୋଚନା କରିଛନ୍ତି । ସେମାନଙ୍କ ଭିତରୁ ଯେଉଁମାନେ ପୂର୍ବରୁ ଆମେରିକାରେ ଅଛନ୍ତି , ସେମାନଙ୍କ ଭିସା ରବ୍ଦ କରାଯିବ । ସେମାନଙ୍କୁ ଆମେରିକାରୁ ବିତାଡିତ କରାଯିବ ।