ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଛାତ୍ରବୃତି ବା ସ୍କଲାରସିପ୍ ପୋର୍ଟାଲ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରବୃତି ଯୋଜନାରୁ ଏହି ପୋର୍ଟାଲ ଆରମ୍ଭ ହେବ । ଯୋଜନା ଓ ସମନ୍ୱୟ ବିଭାଗର ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଛାତ୍ରବୃତି ପୋର୍ଟାଲକୁ ନେଇ ଏକ ବୈଠକ ଅନୁଷ୍ଟିତ ହୋଇଥିଲା । ଯେଉଁଥିରେ ସ୍କଲାରସିପ୍ ପୋର୍ଟାଲର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛି ।