ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ- ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ କରୋନା ପଜିଟିଭ । ସୋମବାର ମନ୍ତ୍ରୀ ଅସୁସ୍ଥ ଅନୁଭବ କରିବାରୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି । କୋଭିଡ ଟେଷ୍ଟ ପରେ ରିପୋର୍ଟ ନେଗେଟିଭ ଆସିଥିଲା । ଦ୍ୱିତୀୟ ଥର ଟେଷ୍ଟରେ ଜୈନଙ୍କୁ କରୋନା ହୋଇଥିବା ଜଣାପଡିଛି ।ତେବେ ସେ ଆରଜିଏସଏସଏଚ ମେଡିକାଲରେ ଚିକିତ୍ସା ହେବା ନେଇ କୁହାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ଡକାଇଥିବା ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ରାଜ୍ୟପାଳ ଅନୀଲ ବୈଜଲ, ଗୃହ ସଚିବ ଅଜୟ ଭଲ୍ଲା, ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ, ଦିଲ୍ଲୀ ମୁଖ୍ୟ ଶାସନ ସଚିବ ବିଜୟ କୁମାର ଦେଭଙ୍କ ସହିତ ଅନ୍ୟ ଅଫିସରମାନେ ଯୋଗ ଦେବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ ।

Comments (0)
Add Comment