ଦୁଇ ଦିନ ପର୍ଯ୍ୟନ୍ତ ସଟଡାଉନ ହେଲା ରେଳଭବନ

ନୂଆଦିଲ୍ଲୀ- ରେଳଭବନର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ୨ ଦିନ ଅର୍ଥାତ ଜୁଲାଇ ୧୪ରୁ ୧୫ ତାରିଖ ପର୍ଯ୍ୟନ୍ତ ରେଳଭବନ ବନ୍ଦ କରିଛନ୍ତି ରେଳମନ୍ତ୍ରୀ । କର୍ମଚାରୀ ମାନଙ୍କୁ ଅଫିସ ଆସିବାକୁ ବାରଣ କରାବା ସହ ଘରେ ରହି କାମ କରିବାକୁ ନିର୍ଦେଶ ଦିଆଯାଇଛି । ରେଳଭବନ ଚାରିପାଖ ସଂପୂର୍ଣ୍ଣ ରୂପେ ସାନିଟାଇଜ କରାଯିବ । ସୂଚନା ଅନୁଯାୟୀ ରେଲଭବନ ପକ୍ଷରୁ ଜୁଲାଇ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ର୍ୟାପିଟ ଆଂଟିଜେନ ଟେଷ୍ଟ କରାଯାଇଥିଲା । ଜଣେ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଦୁଇ ଦିନ ପର୍ଯ୍ୟନ୍ତ କାର୍ଯ୍ୟଳୟକୁ ବନ୍ଦ କରି ଦିଆଯାଇଛି ।

Comments (0)
Add Comment