କଡାକଡି ହେବ ଲକଡାଉନ


ଭୁବନେଶ୍ୱର- କଡାକଡି ହେବ ଲକଡାଉନ କଟକଣା । ଜରୁରୀ କାମ ନଥିଲେ କଟକ ଓ ଭୁବନେଶ୍ୱର ଭିତରକୁ ବାହାର ଜିଲ୍ଲାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଅବ୍ୟଶ୍ୟକ ନଥିଲେ ବାହାରକୁ ବାହାରନ୍ତୁନି । ଏହି ୧୪ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ବର୍ତମାନ ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିନି,ତେଣୁ ଆମେ ନିଜକୁ ନିଜେ ସଜାଗ ରହିବା । ଯେଉଁମାନେ ଆଇନ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ କହିିଛିନ୍ତି । ଆଜି ରାତି ୯ରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଏ ଲକଡାଉନ ପୂର୍ବ ଅପେକ୍ଷା ଆହୁରି କଡାକଡି କରାଯିବ । ପ୍ରତ୍ୟେକ ଦିନ ସକାଳ ୬ରୁ ଦିନ ୧ ଯାଏ ଅତ୍ୟାବଶ୍ୟକ ସମଗ୍ରୀ ଦୋକାନ ଖୋଲାରହିବ । ଘର ପାଖ ଦୋକାନରୁ କଣିବା ସହ ଦୂରକୁ କଣିବାକୁ ଯିବା ନାହିଁ । ଅମିନିଆ ଲୋକ ବାଇକ ନେଇ କିଣିିବାକୁ ଗଲେ ବାଇକ ଜବତ ହେବ । ମେଡିକାଲ କର୍ମଚାରୀ ନିଜ ପରିଚୟପତ୍ର ଦେଖାଇ ଯାଇପାରିବ । ଔଷଧ ଦୋକାନ କର୍ମଚାରୀ ଟ୍ରେଡ ଲାଇସେନସ କପି ଦେଖାଇ ଯିବେ । ଗ୍ରୋସରୀ, ପରିବା ଦୋକାନୀଙ୍କ ଯାଆସ ପାଇଁ ହ୍ୱାଟସଆପ ଗ୍ରୁପ ହୋଇଛି । ଗଣମାଧ୍ୟମ କର୍ମଚାରୀ ନିଜ ପରିଚୟପତ୍ର ଓ କର୍ତୃପକ୍ଷଙ୍କ ଚିଠି ଦେଖାଇବେ । ଯେଉଁ ମାନେ ଗଣମାଧ୍ୟମର ମିଛ ପରିଚୟପତ୍ର ବ୍ୟବହାର କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।୨୫% କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ କରାଯିବ । ବ୍ୟାଙ୍କ କର୍ମଚାରୀ ନିଜ ପରିଚୟପତ୍ର ଓ କର୍ତୃପକ୍ଷଙ୍କ ଚିଠି ଦେଖାଇବେ । ଘରୋଇ କାମ ପାଇଁ କେହି ସଂସ୍ଥାର ପରିଚୟପତ୍ର ବ୍ୟବହାର ନକରିବା ପାଇଁ କହିଛନ୍ତି । ଆଇଟି ସଂସ୍ଥା ୧୦ ପ୍ରତିଶତ କର୍ମଚାରୀଙ୍କୁ ଅଫିସ ଡାକି ପାରିବେ । ସରକାରୀ କର୍ମଚାରୀ ନିଜ ପରିଚୟପତ୍ର ବ୍ୟବହାର କରିବେ ଏବଂ ବିଭାଗୀୟ ମୁଖ୍ୟଙ୍କ ଚିଠି ମଧ୍ୟ ଦେଖାଇବେ । ବାହାଘର, ଶୁଦ୍ଧକ୍ରିୟା ପାଇଁ ଥାନାରୁ ଅନୁମତି ମିଳିବା ଜରୁରୀ । ଏତଦ୍ ବ୍ୟତିତ କୌଣସି ସାମଜିକ କାର୍ଯ୍ୟକୁ ଅନୁମତି ମିଳିବ ନାହିଁ । ସେହିପରି ଏୟାରପୋର୍ଟ, ରେଳ ଷ୍ଟେସନ କର୍ମଚରୀଙ୍କୁ ଯିବାକୁ ଅନୁମତି ମିଳିବ । ସହର ଭିତରକୁ ବାହାର ଲୋକଙ୍କୁ ପଶିବାକୁ ଅନୁମତି ଦିଆଯିବନି । କରୋନା ସ୍ଥିତିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେନ ଗ୍ରହଣ କରିଛନ୍ତି ।

Comments (0)
Add Comment