ନୂଆଦିଲ୍ଲୀ-ଇତିହାସର ପୁନରାବୃତ୍ତି । ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଶକ୍ତ ଝଟକା । ଚଳିତବର୍ଷର ପବିତ୍ର ରଥଯାତ୍ରା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଓ ଅନ୍ୟ ଦୁଇ ବିଚାରପତିଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଗୁରୁବାର ଦିନ ଦେଇଛନ୍ତି ଏହି ରାୟ । ଜନସାଧାରଣଙ୍କ ସୁରକ୍ଷା , ସ୍ୱାସ୍ଥ୍ୟ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବା ସକାଶେ ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଲାଗିଛି ଶକ୍ତ ଝଟକା । ସେହିପରି ଓଡିଶାର କୈାଣସି ସ୍ଥାନରେ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଜାରି କରିଛନ୍ତି । ତେବେ ରଥଯାତ୍ରା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଉଦ୍ୟମ କରନ୍ତୁ ବୋଲି ଶ୍ରୀମନ୍ଦିର ସେବାୟତ ମାନେ ଦାବି କରିଛନ୍ତି । ରଥ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଥିବା ବେଳେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତଙ୍କୁ ନିରାଶ କରିଛି ।ତେଣୁ ଆଗାମୀ ସମୟରେ ରାଜ୍ୟ ସରକାର ଓ ସେବାୟତ ମାନେ କଣ ନିଷ୍ପତି ନେବେ ତାହା ଅପେକ୍ଷାର ବିଷୟ ।
ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗ ଉପରେ ହଠାତ କୌଣସି ପ୍ରତିକ୍ରିୟା ଜଣାଇ ନାହାନ୍ତି । ମାତ୍ର ଏହି ଘଟଣା ନେଇ ଚାରିଆଡେ ଚର୍ଚ୍ଚା ଜୋରଧରିଛି । ଗତ ସ୍ନାନ ଯାତ୍ରା ପରେ ବର୍ତମାନ ତିନ ଜୀଉ ଅନବସର ଘରେ ଅଛନ୍ତି । ମହାମାରୀ କୋଭିଡ-୧୯ ଯୋଗୁଁ ସାମାଜିକ ଦୂରତା ରକ୍ଷା କରିବା ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ହୋଇଥିବା ଦୃଷ୍ଟିରୁ ବିପୁଳ ଜନସମାଗମ ଓ କରୋନା ସଂକ୍ରମଣ ଜନିତ ଆଶଙ୍କା ନେଇ ରଥଯାତ୍ରା ବନ୍ଦ କରିବା ସକାଶେ ସୁପ୍ରିମକୋର୍ଟ ଏହି ଚରମ ନିଷ୍ପତି ନେଇଛନ୍ତି ।ସୂଚନାଯୋଗ୍ୟ ଯେ ରଥଯାତ୍ରା ବନ୍ଦ କରିବା ପାଇଁ ଓଡିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ।ବରିଷ୍ଠ ଆଇନଜୀବି ମୁକୁଲ ରୋହତଗି ଓ ଓଡିଶା ପକ୍ଷରୁ ବରିଷ୍ଠ ଆଇନଜୀବି ହରିଶ ସାଲଭେ ଏହି ମାମାଲା ଲଢୁଥିଲେ । ଆଇନଜିବୀ ହରିଶ ସାଲଭେଙ୍କ ମତକୁ ସୁପ୍ରିକକୋର୍ଟ ଖଣ୍ଡପୀଠ ପୁରଣ କରିଥିଲେ ହେଁ ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟରେ ରଖି ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ମୁଖ୍ୟବିଚାର ପତି ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ରଥଯାତ୍ରା ପାଇଁ ଅନୁମତି ଦେଲେ ଭଗବାନ ଜଗନ୍ନାଥ ଆମକୁ କଦାପି କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ମୁଖ୍ୟ ବିଚାର ପତି ।ପୂର୍ବରୁ ମଧ୍ୟ ଏକାଧିକବାର ବିଭିନ କାରଣ ନେଇ ରଥ ଯାତ୍ରା ବନ୍ଦ.ହୋଇଛି ।