କରୋନାରେ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ । ମୃତକଙ୍କ ମଧ୍ୟରୁ ୪ ଜଣ ପୁରଷ ଓ ଜଣେ ମହିଳା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରେ ପୁରୀ ଜିଲ୍ଲାର ୭୦ ବର୍ଷୀୟ ବୃଦ୍ଧ, କଟକ ଜିଲ୍ଲାର ୪୬ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ଜଣେ ୭୨ ବର୍ଷୀୟ ବୃଦ୍ଧ ଓ ଜଣେ ୫୫ ବଷୀୟ ବ୍ୟକ୍ତି, ଭୁବନେଶ୍ୱର ୫୬ ବର୍ଷୀୟ ମହିଳା ରହିଛନ୍ତି । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ ପୀଡିତ ଥିଲେ । କୋଭିଡ ହସ୍ପିଟାଲରେ ଚିକିତ୍ସାଧୀ ଅଅବସ୍ଥାରେ ସେମାନଙ୍କର ମୃତୁ୍ୟ ହୋଇଛି । ଗଞ୍ଜାମରେ କରୋନା ମୃତୁ୍ୟ ସଂଖ୍ୟା ୩୬ ରେ ପଂହଚିଥିବା ବେଳେ ଖୋର୍ଦ୍ଧାରେ ୯, କଟକ ୬ ଓ ପୁରୀ ୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧ ପଂହଚିଛି ।

Comments (0)
Add Comment