ଗଞ୍ଜାମରେ ପ୍ଲାଜମା ଥେରାପି ଆରମ୍ଭ


ବ୍ରହ୍ମପୁର- ଗଞ୍ଜାମରେ ପ୍ଲାଜମା ଥେରାପିର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରରୁ ୬ ୟୁନିଟ୍ ପ୍ଳାଜମା ସଂଗ୍ରହ କରାଯାଇଛି । କରୋନାରେ ଗୁରୁତର ଥିବା ରୋଗୀଙ୍କ ଦେହରେ ଏହି ପ୍ଲାଜମା ଦିଆଯିବ । ପ୍ଲାମା ଦେବା ଦ୍ୱାରା ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା କମିବ ବୋଲି ଗଞ୍ଜମ ଜିଲ୍ଲାପ୍ରଶାସନ କହିଛନ୍ତି । ରାଜ୍ୟର କରୋନ ହଟସ୍ପଟ ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେଣୁ ମୃତ୍ୟୁ ହାର କମାଇବା ପାଇଁ ଜିଲ୍ଲାପାଳ ଏଭଳି ନିଷ୍ପତି ଆପଣେଇଛନ୍ତି । କରୋନାରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଡୋନେଟ କରିବା ପାଇଁ ସୁପାରିଶ କରିଛନ୍ତି । ଆସନ୍ତାକାଲି ଗଞ୍ଜାମରୁ ସୁସ୍ଥ ହୋଇଥିବା ୪୦ ଆକ୍ରାନ୍ତ ପ୍ଲାଜମା ଦେବା ପାଇଁ ରାଜି ହୋଇଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି ।

Comments (0)
Add Comment