ଭୁବନେଶ୍ୱର- ମୋ ସରକାର ରେ ସାମିଲ ହେଲା କୋଭିଡ ପରିଚାଳନା । କୋଭିଡ ରୋଗୀ ଓ କୋଭିଡ ଯୋଦ୍ଧାଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ମଧ୍ୟ କୋଭିଡ ଯୋଦ୍ଧା ଓ ରୋଗୀଙ୍କ ଠାରୁ ମତାମତ ସଂଗ୍ରହ କରିବେ । ରୋଗୀଙ୍କ ପରିବାରକୁ ରୋଗୀର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା, କୋଭିଡ ଯୋଦ୍ଧା କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେ ବିଷୟରେ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କୋଭିଡ କେୟାର ହୋମର ତଦାରଖ ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ । ରାଜ୍ୟର ସବୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଏବଂ ହଟସ୍ପଟ ଜିଲ୍ଲାମାନଙ୍କରେ ଆଂଟିଜେନ ଟେଷ୍ଟ କରିବା ସହ ଦିଲ୍ଲୀ, ମୁମ୍ବାଇ, କୋଲକତା ଓ ଚେନ୍ନାଇ ପରି ହଟସ୍ପଟ ନଗରୀରୁ ଯେପରି କମ ସଂଖ୍ୟାରେ ଟ୍ରେନ ଓ ଉଡାଜାହାଜ ଆସିବ ସେଥିପାଇଁ କେନ୍ଦ୍ରସରକାରଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟର ପ୍ରତି ପଂଚାୟତରେ ଗ୍ରାମକଲ୍ୟାଣ ସମିତି ସ୍ତରରେ ୪୭୬୧ କୋଭିଡ କେୟାର କମିଟି ଗଠନ କରିବା ସହ ଏହାର ସଦସ୍ୟମାନଙ୍କ ତାଲିମ ମଧ୍ୟ ଶେଷ କରାଯାଇଛି । ସେହିପରି ଗ୍ରାମପଂଚାୟତ ଗୁଡିକରେ ୪୯୨୧୮ ଶଯ୍ୟା ବିଶିଷ୍ଟ ୫୪୮୦ କୋଭିଡ ଗୃହ ସ୍ଥାପନ କରାଯାଇଛି । ୧୧୪ ପୌରାଚଂଳରେ ୨୦୩୫ କୋଭିଡ କେୟାର କମିଟି ଗଠନ କରାଯାଇଥିବା ବେଳେ ୫୯୫୬ ଶଯ୍ୟା ବିଶିଷକଟ କୋଭିଡି ଗୃହ ମଧ୍ୟ ସ୍ଥାପନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜାରିଆରେ ରାଜ୍ୟର କୋଭିଡ ମୁକାବିଲା ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟଉପଦେଷ୍ଟା, ପୁଲିସ ମହାନିର୍ଦେଶକ, ଉନ୍ନୟନକମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ପ୍ରମୁଖ ଯୋଗ ଦେଇଥିଲେ ।