ଭିଜିଲାନ୍ସ ଜାଲରେ ଧରାପଡିଲେ ସିଡିପିଓ

ବାସୁଦେବପୁର: ଠିକା ଡ୍ରାଇଭର ଠାରୁ ୩ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାସୁଦେବପୁର ବ୍ଳକର ସିଡିପିଓ ଜାନକୀ ଦାଶ । ଡ୍ରାଇଭର ରାଜକିଶୋର ନାୟକ ଆଇସିଡିଏସ୍ କାର୍ଯ୍ୟଳୟରେ ଦୈନିକ କାମ କରନ୍ତି । ସେ ୨୦୧୯ ମସିହା ଜୁଲାଇ ମାସଠାରୁ ବକେୟା ଦରମା ପାଇନଥିଲେ । ଶ୍ରୀମତି ଦାଶଙ୍କୁ ବାରମ୍ବାର ବକେୟା ଦରମା ମାଗି ଆସୁଥିଲେ । କିନ୍ତୁ ସିଡିପିଓ ୩ ହଜାର ଟଙ୍କା ଲାଂଚ ଦେଲେ ବକେୟା ଦରମା ମିଳିବ ବୋଲି ଦାବି କରିଥିଲେ । ଏହା ପରେ ରାଜକିଶୋର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

Comments (0)
Add Comment