କାବୁଲ: କଥାରେ ଅଛି ବାପା, ମାଙ୍କ ପାଇଁ ପୁଅଝିଅ ମାନେ ଜୀବନ ଦେଇ ଦିଅନ୍ତି , ଦରକାର ପଡିଲେ ତାଙ୍କ ସୁରକ୍ଷା ପାଇଁ ଅନେକ ଜଟିଳ ପଦକ୍ଷେପ ନେଇପାରନ୍ତି । ତେବେ ଏକ ୧୬ ବର୍ଷୀୟ ଝିଅର ପ୍ରତିଶୋଧ ପରାୟଣ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଝିଅଟିର ନାଁ ହେଲା କମର ଗୁଲ । ଦୃଢ ମାନସିକତାକୁ ପୁଞ୍ଜି କରି ନିଜ ବାପା-ମାଙ୍କ ହତ୍ୟାର ଚରମ ପ୍ରତିଶୋଧ ନେଇଛି । ତାଲିବାନୀ ଆତଙ୍କବାଦୀମାନେ କମର ଗୁଲଙ୍କ ବାପା-ମାଙ୍କୁ ଘରୁ ବାହାରକୁ ଟାଣି ଆଣି ଅତି ର୍ନିମମ ଭାବେ ହତ୍ୟା କରିଥିଲେ । ନିଜ ବାପା, ମାଙ୍କୁ ଆତଙ୍କବାଦୀମାନେ ମାରୁଥିବାର ଦେଖି ରକ୍ତମୁଖା ପାଲଟିଯାଇଥିଲା ଝିଅ କମର ଗୁଲ । ସେମାନଙ୍କ ସହିତ ମୁକାବିଲା କରି ସେ ଏକେ-୪୭ ରାଇଫଲରୁ ୩ଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଥିଲା । କମରଙ୍କ ସହିତ ତାଙ୍କ ଭାଇ ମଧ୍ୟ ଘଟଣା ସ୍ଥଳରେ ଥିଲେ । ୪୦ରୁ ଅଧିକ ଆତଙ୍କବାଦୀ କମର ଗୁଲ ପରିବାରକୁ ଆକ୍ରମଣ କରିବା ପାଇଁ ଆସିଥିଲେ ।