ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା: ନିଲମ୍ବିତ ହେଲେ ଦୁଇ କନେଷ୍ଟବଳ

ଖୋର୍ଦ୍ଧା: ପ୍ରଚୁର ମଦ୍ୟପାନ କରି ବାଲି ବୋଝେଇ ଟ୍ରକ୍ ଠାରୁ ଦାଦାବଟି ମାଗିବା ଏବଂ କ୍ଷମତାର ଅପବ୍ୟବହାର କରିବା ଦୁଇ କନେଷ୍ଟବଳଙ୍କୁ ପଡିଛି ମହଙ୍ଗା । ଏ ସମ୍ପର୍କରେ ଅଭିଯୋଗ ଆସିବା ପରେ ଖୋର୍ଦ୍ଧା ଏସ୍ପି ଅଜେୟ ପ୍ରତାପ ସ୍ୱାଇଁ ଦୁଇ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସେମାନଙ୍କ ନାମ ବାଳକୃଷ୍ଣ ମହାନ୍ତି ଓ ନିରଞ୍ଜନ ଦଳେଇ । ସୂଚନା ଅନୁସାରେ ଖୋର୍ଦ୍ଧା ସଦର ଥାନାରେ କାର୍ଯ୍ୟରତ କନେଷ୍ଟବଳ ବାଳକୃଷ୍ଣ ଖଣ୍ଡାରେ ଦିନେଶ ପଟ୍ଟନାୟକ ଏବଂ ରାଜେସ ପଟ୍ଟନାୟକ ଦୁଇ ଭାଇଙ୍କୁ ଖଣ୍ଡା ଧଣି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ସେହିପରି କର୍ତବ୍ୟରେ ଅବହେଳା ଅଭିଯୋଗରେ ଏଏସଆଇ କୈାଳାସ ମଲ୍ଲିକଙ୍କୁ ବାଲୁଗାଁ ଥାନାକୁ ବଦଳି କରିବା ସମେତ ତାଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଜାରି ରହିଥିବା ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି ।

Comments (0)
Add Comment