କଶ୍ମୀରରେ ହାଇ ଆଲର୍ଟ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀମାନେ ପୁଲୱାମା ଭଳି ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା କଥା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବାପରେ ଉତର ଓ କେନ୍ଦ୍ରୀୟ କଶ୍ମୀରରେ ଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀମାନେ କାର୍ ବୋମା ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଶ୍ରୀନଗର-ବାରମୂଳା ରାଜପଥରେ ହାଇ ଆଲର୍ଟ ଜାରି ହୋଇଛି । ସୂଚନା ଅନୁସାରେ ରହମନ୍ ଭାଇ ନାମକ ଜଣେ ବିଦେଶୀ ଆତଙ୍କବାଦୀଙ୍କ ଦ୍ୱାରା ସମଗ୍ର ଯୋଜନା କରାଯାଇଛି । ଏହି ସୂଚନା ମିଳିବା ପରେ ସମଗ୍ର ଉତର କଶ୍ମୀରର ବଟ୍ଟନ୍ , ସୋପାର ଏବଂ ହଣ୍ଡୱାର ପ୍ରଭୃତି ଅଂଚଳରେ ନିରାପତା ବଳଙ୍କୁ ହାଇ ଆଲର୍ଟରେ ରଖାଯାଇଛି ।

Comments (0)
Add Comment