୭୦ ପ୍ରତିଶତ ହରାଇଛନ୍ତି ରୋଜଗାର

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଜୀବିକା ହରାଇବା ପ୍ରସଂଗରେ କରାଯାଇଥିବା ସର୍ଭେରେ ଦୁଇ ତୃତୀୟାଂଶ ଶ୍ରମିକ ରୋଜଗାର ହରାଇଥିବାର ଜଣାପଡ଼ିଛି। ଅଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟ ଓ ସିଭିଲ୍‌ ସୋସାଇଟି ଅର୍ଗାନାଇଜେସନ୍‌ ପକ୍ଷରୁ ଓଡ଼ିଶା ସମେତ ୧୨ଟି ରାଜ୍ୟର ଶ୍ରମିକମାନଙ୍କୁ ଫେବ୍ରୁଆରି ମାସରୁ ଆଜି ପର୍ଯ୍ୟନ୍ତ ସେମାନଙ୍କର ଆୟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସର୍ଭେରେ ଯେଉଁ ଶ୍ରମିକମାନଙ୍କର ଚାକିରି ରହିଯାଇଛି, ସେମାନଙ୍କର ଆୟ ହ୍ରାସ ପାଇଛି ବୋଲି ଜଣାପଡିଛି। ସହରାଞ୍ଚଳରେ ପ୍ରତ୍ୟେକ ୧୦ ଜଣଙ୍କ ମଧ୍ୟରୁ ୮ ଜଣ ରୋଜଗାର ହରାଇଥିବାର ସର୍ଭେରୁ ଜଣାପଡ଼ିଛି।  ଗ୍ରାମାଞ୍ଚଳରେ ୧୦ ଜଣଙ୍କ ମଧ୍ୟରୁ ୬ ଜଣ ପ୍ରଭାବିତ ହୋଇଛନ୍ତି। ସର୍ଭେରେ ଅଣକୃଷି କ୍ଷେତ୍ରରେ ଆ‌ୟ ୯୦ ପ୍ରତିଶତ ହ୍ରାସ ପାଇଥିବାର ଜଣାପଡିଛି । ଅଣ କୃଷିକ୍ଷେତ୍ରରେ ଯେଉଁ ଦାଦନ ଶ୍ରମିକ ସପ୍ତାହରେ ହାରାହାରି ୯୪୦ ଟଙ୍କା ଉପାର୍ଜନ କରୁଥିଲେ, ସେମାନଙ୍କର ଆ‌ୟ ଅଧା ହୋଇଯାଇଛି।

Comments (0)
Add Comment