୪୦ ୱେବସାଇଟ୍ ବ୍ୟାନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୪୦ଟି ୱେବସାଇଟ୍ ବ୍ୟାନ୍ କରିଛନ୍ତି । ଏହି ସମସ୍ତ ୱେବସାଇଟ୍ ଖଲିସ୍ତାନ ସପକ୍ଷବାଦୀ ସଂଗଠନ ଶିଖର ଫର ଜଷ୍ଟିସ୍ ସହ ଜଡିତ ଓ ରାଷ୍ଟ ବିରୋଧି କାର୍ଯ୍ୟରେ ଜଡିତ ଥିଲା । ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ୧୯୬୭ ଅନୁସାରେ ଏହାକୁ ବେଆଇନ୍ ଘୋଷଣା କରିଛି । କିନ୍ତୁ ଏହି ସଂଗଠନ ବିଭିନ୍ନ ୱେବସାଇଟ୍ ଜରିଆରେ ସମର୍ଥନ ଜୁଟାଇବାରେ ଲାଗିଥିଲା । ସ୍ୱରାଷ୍ଟ ମନ୍ତ୍ରଣାଳୟର ସୁପାରିସ ଆଧାରରେ କେନ୍ଦ୍ର ଆଇଟ୍ ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତି ଆଇନ୍ ୨୦୨୦ର ଧାରା ୬୯-ଏ ଅନୁସାରେ ଏସ୍ଏଫଜେ ସହ ଜଡିତ ୪୦ ଟି ୱେବସାଇଟ୍ ଉପରେ ରୋକ୍ ଲଗାଇଛି ।

Comments (0)
Add Comment