ଭିଜିଲାନ୍ସ ଜାଲରେ ପୈାର ପରିଷଦ ନିର୍ବାହୀ ଅଧିକାରୀ

ଝାରସୁଗୁଡା: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦେବଗଡ ପୈାର ପରିଷଦ ନିର୍ବାହୀ ଅଧିକାରୀ । ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ ଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର ନାୟକ ଓ ଦାଶରଥି ସେଠିଙ୍କ ନେତୃତ୍ୱରେ ରେଡ୍ ଚାଲିଥିବା ବେଳେ ୪ଟି ଟିମ୍ ର ସଦସ୍ୟ ଚଢାଉ ଜାରି ରଖିଛନ୍ତି ।ତେବେ ସଂଧ୍ୟା ସୁଦ୍ଧା ସଂପତିର ତଥ୍ୟ ମିଳିପାରିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ।

Comments (0)
Add Comment