ସରକାରୀ ବସରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

ରାୟଗଂଜ: ଯୁବତୀଙ୍କୁ ଦୁଷ୍କର୍ମ ତା ପରେ ହତ୍ୟାକୁ ନେଇ ପଶ୍ଚିମବଙ୍ଗର ଦିନାଜପୁର ଜିଲ୍ଲାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଉତେଜିତ ଲୋକେ ଅଭିଯୁକ୍ତକୁ ଗିରଫ ଦାବିରେ ସରକାରୀ ବସ ଓ ପୋଲିସ ଗାଡିରେ ନିଆଁ ଲଗାଇଦେଇଛନ୍ତି । ପୋଲିସର କହିବା ଅନୁସାରେ ଯୁବତୀ ଜଣଙ୍କ ସକାଳୁ ବାହାରକୁ ଶୈାଚାଳୟ ପାଇଁ ଯାଇଥିଲେ । କିଛି ଦୁର୍ବୃତ ତାଙ୍କୁ ଅପହରଣ କରି ନେଇ ବଳାତ୍କାର କରିଥିଲେ । ଏବଂ ପରେ ତାକୁ ହତ୍ୟା କରିଥିଲେ । ମୃତ ଯୁବତୀ ଘର ହେଉଛି ପଶ୍ଚମବଙ୍ଗ ସିଲିଗୁଡି ନିକଟସ୍ଥ ସୋନାପୁର ଗାଁରେ ।

Comments (0)
Add Comment