ନୂଆଦିଲ୍ଳୀ: ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀମାନଙ୍କୁ ସେଂଟର ବଦଳାଇବା ପାଇଁ ସୁଯୋଗ ଦିଆଯିବ । ବହୁ ସଂଖ୍ୟକ ପିଲା ୟୁପିଏସସିକୁ ନିବେଦନ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସିଭିଲ ସର୍ଭିସ ପରୀକ୍ଷା ବ୍ୟତୀତ ଇଣ୍ଡିଆନ ଫରେଷ୍ଟ ସର୍ଭିସ ପରୀକ୍ଷା ପାଇଁ ସେଂଟର ପରିବର୍ତନ କରିବାର ସୁଯୋଗ ମିଳିବ । ସମସ୍ତ ଆବେଦନକାରୀ ଦୁଇଟି ପର୍ଯ୍ୟାୟରେ ଏପରି କରିବାର ସୁଯୋଗ ପାଇବେ । ୟୁପିଏସସି ୱେବ୍ସାଟରେ ଜୁଲାଇ ୭ରୁ ୧୩ ଏବଂ ୨୦ ରୁ ୨୪ ଭିତରେ ଏଥିପାଇଁ ଲିଙ୍କ ଉପଲବ୍ଧ ହେବ ।