ଥାନା ଅଧିକାରୀ ନିଲମ୍ବିତ

ରାଉଲକେଲା- ପୁଣି ଖାକିରେ ଲାଗିଲା ଦାଗ । ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ କରାଇବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପଶ୍ଚିମାଂଚଳ ଡିଆଇଜି ତାଙ୍କୁ ନିଲମ୍ବନ କରିଛନ୍ତି । ଏହି ମାମଲାରେ ରାଏବୋଗା ଥାନାର ୬ ଜଣଙ୍କ ବିରୋଧରେ ମାମାଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଥାନା ଅଧିକାରୀଙ୍କ ସମେତ ଅନ୍ୟ ଜଣେ କର୍ମଚାରୀ, ନାବାଳିକାଙ୍କ ସମ୍ପର୍କୀୟ, ୨ ସାଙ୍ଗ ଓ ଗର୍ଭପାତ କରାଇଥିବା ଡାକ୍ତର । ବିଧିବଦ୍ଧ ତଦନ୍ତପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆଇଜି କହିଛନ୍ତି ।

Comments (0)
Add Comment