ଚୀନରୁ ଆସୁଛି ଆଉ ଏକ ମହାମାରୀ

ନୂଆଦିଲ୍ଲୀ- ଚୀନରୁ ଜାତ ମହାମାରୀ କରୋନା ଏବେ ପିଛା ନଛାଡୁଣୁ ଆଉ ଏକ ମହାମାରୀ ଘନେଇ ଆସୁଛି । ଚୀନ ବୈଜ୍ଞାନିକ ଏହି ଭୂତାଣୁକୁ ଠାବ କରିଛନ୍ତି । ଯାହାର ନାମ ଫ୍ଲୁକୁ ଓ ସେ ମହାମାରୀ ସୃଷ୍ଟି କଲାଭଳି କ୍ଷମତା ଥିବା ଜଣାପଡିଛି । ଏହି ଫ୍ଲୁ ସ୍ୱାଇନ ଫ୍ଲୁ ସହ ସମାନ ବୋଲି ବୈଜ୍ଞାନିକ ମତ ରଖିଛନ୍ତି । ଏହି ସଂକ୍ରମଣାର ବାହାକ ଘୁଷୁରି । ଚୀନର ଘୁଷୁରୀ ଶିଳ୍ପ, କଂସାଇଖାନାରେ କାମ କରୁଥିବା ଲୋକଙ୍କ ଠାରେ ଏହି ସଂକ୍ରମଣ ଦେଖିବାକୁ ମିଳିଥିଲା । ତେଣୁ ଘୁଷୁରି ଶରୀରରେ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ଓ ଘୁଷୁରୀ ଶିଳ୍ପରେ କାମକରୁଥିବା କର୍ମଚାରୀଙ୍କୁ ନିରୀକ୍ଷଣ କରାଯିବାର ଆବଶ୍ୟକତା ରହିଛି । ଫ୍ଲୁକୁ ଭୂତାଣୁ ତୁରନ୍ତ ସମସ୍ୟା ସୃଷ୍ଟି ନକଲେ ବି ଅଣଦେଖା କରିବା ଆଦୌ ଉଚିତ ନୁହେଁ ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।

Comments (0)
Add Comment