ଭୁବନେଶ୍ୱର- କରୋନା ସ୍ଥିତି ହୁ ହୁ ହୋଇ ବଢୁଥିବାବରୁ ଏହାର ପ୍ରଭାବ ବିଧାନସଭାର ଉପରେ ମଧ୍ୟ ପଡିଛି । ବିଧାନସଭାରେ ହେବାକୁ ଥିବା ବିଭିନ୍ନ କମିଟି ବୈଠକକୁ ବାତିଲ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଗତମାସରେ ବିଧାନସଭାର ବିଭିନ୍ନ କମିଟି ବୈଠକ ପାଇଁ ଅନୁମତି ମିଳିଥିଲା । ସେହିଭଳି ମାର୍ଚ୍ଚ ୩୦ ତାରିଖରେ ଶେଷ ଥର ପାଇଁ ବିଧାନସଭା ବୈଠକ ବସିଥିଲା । ତେଣୁ ୬ ମାସ ଭିତରେ ଆଉ ଥରେ ବୈଠକ ହେବା କଥା । କିନ୍ତୁ କରୋନା ପାଇଁ ସବୁ ବନ୍ଦ ହୋଇଛି । ପରିସ୍ଥିତିକୁ ଦେଖି ନିଷ୍ପତି ନିଆଯିବ ବୋଲି ବାଚଷ୍ପତି କହିଛନ୍ତି ।