ଶ୍ରୀ ମନ୍ଦିରରେ ଗହ୍ମା ପୂର୍ଣ୍ଣମୀ ପାଳିତ


ପୁରୀ- ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଗହ୍ମା ପୂର୍ଣ୍ଣମୀ ନୀତି । ସର୍ବବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ । ଆଜିର ଦିନରେ ଭୋଗ ମଣ୍ଡପ ବଡିବା ପରେ ଶ୍ରୀଜୀଉଙ୍କ ମଇଲମ ହୋଇ ମହାସ୍ନାନ ହୋଇଥିଏ । ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସର୍ବାଙ୍ଗ ଲାଗି କରାଯାଇଥିଏ ଓ ବୋଇରାଣୀ ପତନୀ ଲଗୁାଲାଗି ହୋଇ ମଧ୍ୟାହ୍ନ ଧୂପ ବେଶ କରାଯାଇଥିଏ । ପାଟର ବିଶୋଇଙ୍କ ଦ୍ୱାରା ଚାରିଖଣ୍ଡ ବାସୁଙ୍ଗା ପାଟ ରାକ୍ଷୀ ଓ ଗୁଆ ମାଳ ଲାଗି କରାଯାଏ । ଆଜ୍ଞାମାଳ ପାଇବା ପରେ ଶ୍ରୀ ଦେବୀ, ଭୂଦେବୀ, ଶ୍ରୀମଦନମୋହନ ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି । ଦଇତାପତି ସିଂହାସନ ଉପରକୁ ଯିବା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀ ସୁଦର୍ଶନଙ୍କୁ ଦିଆ ଯାଇଥିଏ ଏବଂ ଦଇତାପତି ଶ୍ରୀ ସୁଦର୍ଶନଙ୍କୁ ଚଉଦୋଳରେ ବିଜେ କରାଇଥାନ୍ତି । ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋର ନେଇ ମାର୍କଣ୍ଡକୁ ଯାଇଥାନ୍ତି । ସେଠାରେ ଥିବା ଗହ୍ମାବେଦୀ ଉପରେ ବିଜେ କରିଥାନ୍ତି ।

Comments (0)
Add Comment