ପ୍ଲାଜମା ଦେଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ- ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ଲାଜମା ଦେଇଛନ୍ତି । ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜାମା ଦେଉଥିବାର ଫୋଟ ଟୁଇଟ କରିଛନ୍ତି ନିଜେ ସମ୍ବିତ ପାତ୍ର । ଗତ ମାସରେ ସମ୍ବିତ ପାତ୍ର କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଏ ସମ୍ପର୍କରେ କେହି ଯାଣିବାକୁ ପାଇନଥିଲେ । ତେବେ ପ୍ଲାଜମା ଦେଇ ସେ କରୋନା ରୁ ସୁସ୍ଥ ହୋଇଥିବା କଥା ଚର୍ଚ୍ଚା ହେଉଛି । ତେଣୁ ସେ ଅନୁରୋଧ କରିଛନ୍ତି କରୋନା ରୋଗରୁ ଆରୋଗ୍ୟ ରୋଗୀ ପ୍ଲାଜମା ଦିଅନ୍ତୁ ।

Comments (0)
Add Comment