ରାଜନାଥଙ୍କ ବି.ଆର୍.ଓ ସଂଗଠନ ସହ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମାବିବାଦ କମ୍ ହୋଇଥିଲେବି ଭାରତ ନିଜ ପାଦକୁ ପଛକୁ ହଟାଇ ନେଇନି । ଚୀନ୍ ପୁଣି ଥରେ ସୀମାକୁ କବ୍ଜା କରିବାକୁ ଚେଷ୍ଟା କରିବ । ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଡରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ବି.ଆର୍ .ଓ ସଂଗଠନ ସହ ଏକ ବୈଠକ ବସାଇଛନ୍ତି । ରାଜନାଥ ସିଂ ବି.ଆର୍.ଓ ର ବରିଷ୍ଟ ଅଧିକାରୀଙ୍କ ସହ ସଡକ ନିର୍ମାଣ ଏବଂ ଅନ୍ୟ ନିର୍ମାଣ ନେଇ ଆଲୋଚନା କରିଛନ୍ତି । ଚୀନ୍ ବର୍ଡର ପାଖରେ ୪୦ କୂପ ନିର୍ମାଣ କରାଯିବାର କାମ ଚାଲିଛି । ଯେଉଁଥିରୁ ୨୦ କୂପର ନିର୍ମାଣ ସରିଯାଇଛି । ୨୦୨୨ ଭିତରେ ସଡକ ନିର୍ମାଣ ସାରିବା ପାଇଁ ଲକ୍ଷ ରଖାଯାଇଛି ।

Comments (0)
Add Comment