କର୍ମଚାରିଙ୍କୁ ସୋସିଆଲ୍ ମିଡିଆ ମନା: ନିୟମ ଉଲ୍ଲଂଘନ କଲେ ହେବେ ଦଣ୍ଡିତ

ଭୁବନେଶ୍ୱର – ଓଡ଼ିଶା ସରକାର ମଙ୍ଗଳବାର କର୍ମଚାରିଙ୍କୁ ସୋସିଆଲ ମିଡିଆରେ ନିଜ ଚାକିରି ସମ୍ବନ୍ଧୀୟ କୌଣସି ପ୍ରସଙ୍ଗ ପୋଷ୍ଟ କରିବାକୁ ବାରଣ କରିଛନ୍ତି । ତେବେ ସାଧାରଣ ପ୍ରଶାସନ ପ୍ରମୁଖ, ସଚିବ ବିଭାଗର ସଚିବମାନଙ୍କୁ ଏକ ପତ୍ର ଲେଖି କହିଛନ୍ତି ଯେ, ଚାକିରି ସମ୍ବନ୍ଧୀୟ ସମସ୍ୟାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଏଥିରୁ ନିବୃତ ରହିବାକୁ ପରାମର୍ଶ ଦିଆଯିବା ଆବଶ୍ୟକ । ଚାକିରି ସମ୍ବନ୍ଧୀୟ ଅଭିଯୋଗ ପାଇଁ ସୋସିଆଲ ମିଡିଆ ବ୍ୟବହାର କରି ଉଚ୍ଚ କର୍ତୁପକ୍ଷଙ୍କୁ ସୂଚୀତ କରିବା ସରକାରୀ ଆଚରଣ ଉଲ୍ଲଂଘନ ହୋଇଥାଏ । ଏଥିଲାଗି ଓଡ଼ିଶା ସିଭିଲ ସର୍ଭିସେସ ନିୟମ ୧୯୬୨ରେ ଦଣ୍ଡବିଧାନ ରହିଛି । ଏଥିରେ କୁହାଯାଇଛି ଯେ ଜଣେ ସରକାରୀ କର୍ମଚାରୀ ନିୟମିତ କିମ୍ବା ଚୁକ୍ତିଭିତିକ ଚାକିରି ସେବା ସମ୍ବନ୍ଧୀୟ ସମସ୍ୟାକୁ ନିଯୁକ୍ତ କର୍ତୁପକ୍ଷଙ୍କୁ ଜଣାଇ ପାରିବେ । ଏମିତିକି ପ୍ରିଂଟ ଓ ଇଲେକ୍ଟ୍ରୋନିକ ମିଡିଆରେ ସରକାରୀ କର୍ମଚାରୀ କୌଣସି ପ୍ରମନ୍ଧ ଲେଖିଥିବା ଏବଂ ସରକାରଙ୍କୁ ସମାଲୋଚନା କରୁଥିବା ଭଳି ବିଷୟ ଲେଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ଓଡିଶା ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ଅଧିନିୟମ ୧୯୫୯ର ଧାରା ୭ର ଉଲ୍ଲେଖ କରାଯାଇ ସରକାରୀ କର୍ମଚାରୀମାନେ ଜନସାଧାରଣ, ପ୍ରେସ୍ କିମ୍ବା ଗଣମାଧମକୁ ବ୍ୟବହାର କରି କୌଣସି ପ୍ରକାର ଚାକିରି ସମ୍ବନ୍ଧୀୟ ଅଭିଯୋଗ କରି ପାରିବେ ନାହିଁ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି । ନିୟମ ୨୩ ଅନୁଯାୟୀରେ କୌଣସି କର୍ମଚାରୀ ସରକାରୀ ପଦୋନ୍ନତି, ଦରମା,ଚାକିରି ସର୍ତାବଳୀ ଉପରେ ସେମାନେ କହି ପାରିବେ ନାହିଁ । ଚାକିରି ସମ୍ବନ୍ଧୀୟ ଅଭିଯୋଗ କେବଳ ସେମାନେ ସେମାନଙ୍କ ଉପର ଅଧିକାରୀଙ୍କୁ ଜଣାଇ ପାରିବେ ।

Comments (0)
Add Comment