ଆରପାରିରେ ହାସ୍ୟ ଅଭିନେତା ଜଗଦୀପ

ମୁମ୍ବାଇ- ଚଳିତ ବର୍ଷ ବଲିଉଡର ଅନେକ ଲୋକପ୍ରିୟ କଳାକାର ଦୁନିଆରୁ ବିଦାୟ ନେଇଥିବା ବେଳେ ଏବେ ପୁଣି ଜଣେ ପ୍ରସିଦ୍ଧ ଅଭିନେତାଙ୍କର ଦେହାନ୍ତ ହୋଇଛି । ତେବେ ଲୋକପ୍ରିୟ ଚଳଚ୍ଚିତ୍ର ଶୋଲେ ର ସୁରମା ଭୋପାଲି ତଥା ହାସ୍ୟ ଅଭିନେତା ଜମଦୀପଙ୍କ ପରଲୋକ ଘଟିଛି । ବୁଧବାର ୮୧ ବର୍ଷ ବୟସରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଗଦୀପ । ତାଙ୍କ ବିୟୋଗରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । ଜଗଦୀପ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ଥିଲେ । ତାଙ୍କର ଅସଲୀ ନାମ ହେଉଛି ସୟଦ ଇସ୍ତିୟାକ ଅହମ୍ମଦ ଜାଫରୀ । କିନ୍ତୁ ହିନ୍ଦୀ ସିନେମାରେ ଏଂଟ୍ରି କରିବା ପରେ ସେ ତାଙ୍କ ନିଜ ନାଁ ବଦଳାଇ ଜଗଦୀପ ରଖିଥିଲେ । ଜଗଦୀପ ଅନେକ ହୀଟ୍ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ସେହିଭଳି ଶୋଲେ ଚଳଚ୍ଚିତ୍ରର ସୁରମା ଭୋପାଲୀ ଚରିତ୍ର ମାଧ୍ୟମରେ ସେ ଘରେ ଘରେ ରିଚିତ ହୋଇଥିଲେ ।

ଜଗଦୀପ ପ୍ରାୟ ୪୦୦ ଫିଲ୍ମରେ କାମ କରିଛନ୍ତି । ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତା ସେ ସମୟରେ ବଲିଉଡରେ ରାଜ କରୁଥିଲେ । ତେବେ ଶମୀ କପୁରଙ୍କ ବ୍ରହ୍ମଚାରୀ ଚଳଚ୍ଚିତ୍ରରୁ ତାଙ୍କର ହାସ୍ୟ କଳାକାର ହେବାର ଯାତ୍ରା ଆରମ୍ଭ ହୋଇଥିଲା । ତା ପରେ ଅନ୍ଦାଜ ଆପନା ଆପନା ଚଳଚ୍ଚିତ୍ରରେ ସେ ସଲମାନ ଖାନ୍ ଙ୍କ ପିତା ଚରିତ୍ରରେ ଅଭିନୟ କରିଥିଲେ । ତେବେ ଜଗଦୀପଙ୍କ ପୁଅ ଜାବେଦ ଜାଫରୀ ଓ ନାବେଦ ଜାଫରୀ ମଧ ମନୋରଞ୍ଜନ ଜଗତରେ ସକ୍ରିୟ ଅଛନ୍ତି । ତେବେ ତାଙ୍କ ନାତି ମୀଜାନ୍ (ମଲାଲ) ଚଳଚ୍ଚିତ୍ର ମାଧ୍ୟମରେ ଗତ ବର୍ଷ ବଲିଉଡ଼ରେ ପାଦ ଥାପିଛନ୍ତି । ତେବେ ଭାରତୀୟ ସିନେମାରେ ବଳିଷ୍ଠ ତଥା ଉକôଷ୍ଟ ଯୋଗଦାନ ପାଇଁ ଗତ ବର୍ଷ ଜଗଦୀପଙ୍କୁ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଆଇଫା ସମାରୋହରେ ସମ୍ମାନୀତ କରାଯାଇଥିଲା । ତେବେ ବାସ୍ତବରେ ଜଗଦୀପଙ୍କ ବିୟୋଗ ବଲିଉଡ଼ ପାଇଁ ଏକ ଅପୂରଣୀୟ କ୍ଷତି ।

Comments (0)
Add Comment