ଭୁବନେଶ୍ୱର: ସରକାରୀ ସେବା ପାଇଁ ଏବେ ଯିବାକୁ ପଡିବନି ସରକାରୀ ଅଫିସ୍ । ଘରେ ବସି ଅନଲାଇନ ପାଇହେବ ସରକାରୀ ସେବା । ଆସନ୍ତା ଗାନ୍ଧି ଜୟନ୍ତୀ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଲୋକସେବା ଭବନ , ରାଜୀବ ଭବନ ଓ ଖାରବେଳ ଭବନର ପ୍ରବେଶ ପାଇଁ ଅନଲାଇନ ରେ ମିଳିବ ଅନୁମତି । ଓଡିଶା ଭବନର ରୁମ୍ ସଂରକ୍ଷଣ ଓ ରାଜ୍ୟ ଅତିଥି ଭବନରେ ରହଣୀ ପାଇଁ ଅନଲାଇନ ମିଳିପାରିବ ଅନୁମତି । ଏସବୁ ପାଇଁ ‘୫ଟି’ରେ ୮ଟି ଅନଲାଇନ ଓ ମୋବାଇଲ୍ ସେବା ସୁବିଧାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ନୂଆ ଅନଲାଇନ ସେବା ଶୁଭାରମ୍ଭ କରି କହିଛନ୍ତି ଯେ ‘୫ ଟି’ ଓ ‘ ମୋ ସରକାର’ ରାଜ୍ୟରେ ଗୁଣାତ୍ମକ ସେବା ଯୋଗାଇଛି ।