୩୫ ଲକ୍ଷ ଲାଂଚ ନେଇ ଧରାପଡିଲେ ମହିଳା ଏସ୍ଆଇ

ଅହମ୍ମଦାବାଦ: ଦୁର୍ଷମ ମାମଲା ରଫାଦଫା ପାଇଁ ୩୫ ଲକ୍ଷ ଟଙ୍କା ଲାଂଚ ନେଇ କ୍ରାଇମବ୍ରାଂଚ ହାତରେ ଧରାପଡିଲେ ମହିଳା ଏସ୍ଆଇ । ଦୁଇଜଣ ମହିଳା କର୍ମଚାରୀ ଙ୍କ ଉପରେ ତାଙ୍କର ଜଣେ ଉଚ୍ଚ ଅଧିକାରୀ ଯୈାନ ଶୋଷଣ କରିଥିବା ଅଭିଯୋଗର ତଦନ୍ତ ସାଟେଲାଇଟ୍ ଥାନାର ମହିଳା ଏସ୍ଆଇ ଶ୍ୱେତା ଜାଡେଜାଙ୍କୁ ମିଳିଥିଲା । ଶ୍ୱେତା ମାମଲାରେ କଡା ପଦକ୍ଷେପ ନେବେ ବୋଲି ଧମକ ଦେଇ ଅଭିଯୁକ୍ତଙ୍କୁ ନାଲିଆଖି ଦେଖାଇଥିଲେ । ମାମଲାରୁ ଭଲରେ ମୁକୁଳିବା ପାଇଁ ୩୫ ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି ରୋକଠୋକ କହିଥିଲେ । କୈାଣସି ସୂତ୍ରରୁ ଟଙ୍କା ନେବା ଦେବା ଓ ମାମଲାର ରଫାଦଫା କରାଯିବା ଘଟଣା କ୍ରାଇମବ୍ରାଂଚ ନିକଟରେ ପହଁଚି ଯାଇଥିଲା । ଏହି ଘଟଣାର ତଦନ୍ତ ଆରମ୍ଭ ସହ ଶ୍ୱେତାଙ୍କ ବିରୋଧରେ ଏତଲା ଦିଆଯାଇଛି । ଶ୍ୱେତାଙ୍କ ପୁରା ବୟାନ ରେକର୍ଡ କରାଯାଇଛି । ଏ ଅଭିଯୋଗରେ କିଛିଟା ସତ୍ୟତା ଥିବାପରି ଲାଗୁଛି ବୋଲି କହିଛନ୍ତି କ୍ରାଇମବ୍ରାଂଚ ଯୁଗ୍ମ କମିଶନର ।

Comments (0)
Add Comment