ଅନଲକ-୩ର ନୂଆ ଗାଇଡଲାଇନ


ଭୁବନେଶ୍ୱର- ଅଗଷ୍ଟ୧ରୁ ଆରମ୍ଭ ହେବକୁ ଯାଇଛି ଅନଲକ-୩ । ଏଥିପାଇଁ କେନ୍ଦ୍ର ସରକାରଙ୍କପକ୍ଷରୁ ବିଭିନ୍ନ ଗାଇଡଲାଇନ ଜାରି କରାଯାଇଛି ।
୧- ପୂର୍ବରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କରାଯାଇଥିବା ରାତ୍ରକାଳୀନ କର୍ଫୁ୍ୟକୂ ଅନଲକ-୩ରେ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯିବ ।
୨- ସାଧାରଣ ଲୋକଙ୍କ ଯା ଆସ ଉପରେ କଟକଣା ହଟାଯିବ ।
୩- ଅଗଷ୍ଟ ୫ ତାରିଖରୁ ଜିମ୍ ଓ ଯୋଗ ଇନଷ୍ଟିଚୁ୍ୟଟ ଖୋଲି ପାରିବ । ଏଥିପାଇଁ କେନ୍ଦ୍ର ସରକାର ଏସଓପି ଜାରି କରିବେ ।
୪- ସମସ୍ତ ଶିକ୍ଷାନୁଷ୍ଠାନ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ହୋଟେଲ ଓ ରେଷ୍ଟୁରାଂଟରେ କେବଳ ପାର୍ସଲ ବ୍ୟବସ୍ଥା ରହିବ ।
୫- ବିମାନ, ମେଟ୍ରୋ, ସିନେମାହଲ, କ୍ରୀଡା କାର୍ଯ୍ୟକ୍ରମ, ସାମାଜିକ, ରାଜନୀତିକ, ମନୋରଞ୍ଜନ, ସାଂସ୍କୃତି ଓ ଧର୍ମିକ କାର୍ଯ୍ୟକାଳପ ୩୧ ତାରିଖ ପର୍ପ୍ୟନ୍ତ ବନ୍ଦ । ସେହିପରି ଥିଏଟର, ବାର, ଅଡିଟୋରିୟମ ଖୋଲିବ ନାହିଁ । ପରିସ୍ଥିତି ଦେଖି ନିଷ୍ପତି ନିଆଯିବ ।
୬- ପୂର୍ବଭଳି ଆନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଗମାନଗମନ ଓ ମାଲ ପରିବହନକୁ ଅନୁମତି ବଳବତର ରହିଛି । ଦୋକାନରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନିୟମ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି ।
୭- ବୟସ୍କ, ରୋଗାକ୍ରାନ୍ତ, ଶିଶୁଙ୍କୁ ଘରୁ ନବାହାରିବାକୁ ଗାଇଡଲାଇନରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ପରାମର୍ଶ ଦେଇଛି ।
୮- ଅଗଷ୍ଟ ୧୫ ସ୍ୱାଧୀନତା ଦିବସ କରୋନା କଟକଣା ମଧ୍ୟରେ ପାଳନ କରାଯିବ ।
୯- ଦେଶର ସମସ୍ତ କଂଟେନମେଂଟ ଜୋନରେ ଆସନ୍ତା ୩୧ ପର୍ଯ୍ୟନ୍ତ ଲକଡାଉନ କଟକଣା ବଳବତର ରହିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

Comments (0)
Add Comment