ଭୁବନେଶ୍ୱର- ରାଜ୍ୟରେ ରବିବାର ପୁଣି ନୂଆ ୧୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ରେ ପଂହଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୧୫ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କନ୍ଧମାଳରୁ ୨୨, ଖୋର୍ଦ୍ଧା୨୧, ଝାରସୁଗୁଡା ୨, କେନ୍ଦୁଝର ୧୧, ଯାପୁର ୧୨, ମାଲକାନଗିରି ୧, କଟକ ୧୨, ଜଗତସିଂହପୁର ୧୧, ଅନୁଗୁଳୁ ୧,ଢେଙ୍ଗାନାଳ ୨, ଭଦ୍ରକ ୧, ଗଜପତି ୧୫, ବରଗଡ ୧୬, କଳାହାଣ୍ଡି ୧୬, ଗଞ୍ଜାମ ୪, ପୁରୀ ୭, ସୁନ୍ଦରଗଡ ୩, ବଲାଙ୍ଗୀର ୨, ମୟୂରଭଞ୍ଜ ୧୩ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ୨୫୯୪ ଆରୋଗ୍ୟ ଲାଭ କରିଥିବା ବେଳେ ୧୩୦୧ ଆକଟିଭ କେସ ରହିଛି । ଏଯାବତ ୧୧ ଜଣଙ୍କ ମୃତ୍ୟୁହୋଇଛି ।