କରୋନାରେ ଆଖିବୁଜିଲେ ୧୦ ଆକ୍ରାନ୍ତ


ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ୧୦ ଜଣଙ୍କ ମୃତୁ୍ୟ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୫, ଖୋର୍ଦ୍ଧା ୩, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି । ମୃତ୍ୟୁ ବରଣ କରିଥିବା ଗଞ୍ଜାମ ଜିଲ୍ଲାର ୫୪ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ସେହିପରି ଆଉଜଣେ ୪୪ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହରେ ଆକ୍ରାନ୍ତ ଥିବା ବେଳେ କରୋନାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ମୁଖରେ ପଡିଥିବା ଅନ୍ୟଜଣେ ୬୩ ବର୍ଷୀୟ ପୁରୁଷ ଉଚ୍ଚରକ୍ତ ଚାପରେ ପୀଡିତ ଥିଲେ । କରୋନାରେ ଜୀବନ ହାରିଥିବା ୫୬ ବର୍ଷୀୟ ମହିଳା ,ପୂର୍ବରୁ ମଧୁମେହ, ଉଚ୍ଚରକ୍ତଚାପ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ । ୭୦ ବର୍ଷୀୟ ବୃଦ୍ଧ ପୂର୍ବରୁ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ବେଳ କରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ଏହି ମହାମାରୀ ରୋଗର ଶିକାର ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ୪୦ ବର୍ଷୀୟ ପୁରୁଷ, ପୂର୍ବରୁ ଅନିୟନ୍ତ୍ରିତ ଡାଇବେଟିସ ରୋଗରେ ପୀଡିତ ଥିଲେ । ଭୁବେନଶ୍ୱରର ଅନ୍ୟ ଦୁଇ ୬୨ ବର୍ଷୀୟା ଓ ୭୦ ବର୍ଷୀୟା ବୃଦ୍ଧା ଅନିୟନ୍ତ୍ରିତ ଡାଇାବେଟିସ୍ ରୋଗରେ ପୀଡିତ ଥିଲେ । ସୁନ୍ଦରଗଡ ଜିଲ୍ଲାର ୫୬ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚରକ୍ତ ଚାପରେ ପୀଡିତ ଥିଲେ, ଗଜପତି ଜିଲ୍ଲାର ୪୯ ବର୍ଷୀୟ ପୁରୁଷ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ।ବର୍ତମାନ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୭ରେ ପଂହଚିଛି ।

Comments (0)
Add Comment