ଭୁବନେଶ୍ୱର- ମହାମାରୀ କରୋନା ଦ୍ରୁତଗତିରେ ବ୍ୟାପୁଥିବାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଘରକୁ ଘର ସର୍ଭେ । ଜୁଲାଇ ୩୧ ପର୍ଯ୍ୟନ୍ତ ଚଲିବ ଏହି ସର୍ଭେ ପକ୍ରିୟା । କୌଣସି ବ୍ୟକ୍ତିଙ୍କ ଠାରେ ରୋଗର ଲକ୍ଷଣ ଦେଖାଗଲେ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ ।ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ମାତ୍ରରେ ବୃଦ୍ଧି ପାଉଥିବାରୁ ଜିଲ୍ଲା ସ୍ତରରେ କଟକଣା ଲଗାଯାଇଛି । ଖୋର୍ଦ୍ଧା ସବଡିଭିଜିନରେ ଲାଗୁ ହୋଇଛି ୧୬ ଘଂଟିଆ ସଟଡାଉନ ।