ପୁଣି ୧୭୪ ପଜିଟିଭ : ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨

ଭୁବନେଶ୍ୱର- ଗୁରୁବାର ରାଜ୍ୟରେ ନୂଆ ୧୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨ ରେ ପହଂଚିଛି । ସଂକ୍ରମିତଙ୍କ ମଧ୍ୟରୁ ୧୪୬ ସଙ୍ଗରୋଧ କେନ୍ଦ୍ରର ଓ ୨୮ ଜଣ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୫୬,କେନ୍ଦୁଝର ୫, ଯାଜପୁର୯, ନବରଙ୍ଗପୁର ୭, ଖୋର୍ଦ୍ଧା ୧୦, କୋରାପୁଟ ୬, ମାଲାକାନାଗିରି ୧, ବାଲେଶ୍ୱର ୩୪, କଳାହାଣ୍ଡି ୬, ନୂଆପଡା ୧, କନ୍ଧମାଳ ୩, ଭଦ୍ରକ ୩, ବୌଦ୍ଧ ୨, ପୁରୀ ୧୬, ସୁନ୍ଦରଗଡ ୩, କେନ୍ଦ୍ରାପଡା ୭, ବରଗଡ ୪ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏଯାବତ୍ ୩୦୪୭ ସୁସ୍ଥ ହୋଇଥିବା ବେଳେ ୧୪୫୧ ସକ୍ରିିୟ ମାମଲା ରହିଛି । ଆଜି ସୁଦ୍ଧା ୧୧ ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିଛି ।

Comments (0)
Add Comment