କରୋନା ନେଲା ଆଉ ୨ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୨ ଆକ୍ରାନ୍ତ । ମୃତକଙ୍କ ଘର ଗଞ୍ଜାମ ଓ ଯାଜପୁର । ବୟସ ଯଥା କ୍ରମେ ୭୭ ଓ ୬୪ ବର୍ଷ । ପୂର୍ବରୁ ସେମାନେ ଉଚ୍ଚ ରକ୍ତ ଚାପ ଓ ମଧୁମେହରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛନ୍ତି । ସେହିପରି ଗଞ୍ଜାମରେ ଆଜି ୪ କରୋନା ଯୋଦ୍ଧା ଆଖି ବୁଜିଲେ । ମୃତକଙ୍କ ମଧ୍ୟରେ ୨ ଶିକ୍ଷକ, ଜଣେ ଅଙ୍ଗନବାଡି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି । ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧ରେ ପଂହଚି ଥିବାବେଳେ ଯାଜପୁର ଜିଲ୍ଲାରେ ଏହା ପ୍ରଥମ କରୋନା ମୃତ୍ୟୁ ମାମଲା । ତେବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି ।

Comments (0)
Add Comment