ଭୁବନେଶ୍ୱର- କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଏହା ଦ୍ୱରା ବହୁ ମୂୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏହି ଥେରାପି ଦ୍ୱାରା ସୁଫଳ ମିଳୁଛି । ତେଣୁ ଗୁରୁତର ରୋଗୀଙ୍କ ପାଇଁ ଏହା ସହାୟକ ହୋଇପାରିିବ । ଜୁଲାଇ ମାସରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ମାସରେ ୧୧ ହଜାର ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ୩ ହଜାର ୪୯୩ ଲୋକାଲ କେସ ରହିଛି । ଆଗକୁ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ ସହ ସ୍ଥିତି ଆହୁରି ଖରାପ ହେବାର ଅଶା କରାଯାଉଛି । ତେଣୁ ଏଭଳି ପରିସ୍ଥିତିରେ ପ୍ଲାଜମା ଥେରାପିର ସଫଳ ଚିକିତ୍ସା ଆଶ୍ୱାସନା ଦେଇଛି ।