ଭୁବନେଶ୍ୱର- ରାଜ୍ୟରେ ବୁଲୁଛି ୫ ପ୍ରକାରର କରୋନା ଭାଇରସ । ସେଗୁଡିକ ହେଉଛି ୧୯ଏ, ୧୯ବି, ୨୦ବି ଓ ୨୦ସି,  । ସବୁଠୁ ଅଧିକ ୨୦ଏ ଓ ୨୦ବି  ଭାଇରସ ଠାବ ହୋଇଛି ବୋଲି ଆଇଏଲସି ନିଦେ୍ର୍ଧଶକ ଅଜୟ ପରିଡା କହିଛନ୍ତି  ।  ତାଙ୍କ କହିବା ଅନୁଯାୟୀ ଆରଏମଆରସି ଓ ଆଇଏଲସି ପକ୍ଷରୁ ଓଡିଶାରେ ୨୨୫ ସାମ୍ପଲ ସଂଗ୍ରହ କରାଯାଇ ଗବେଷଣା କରାଯାଇଥିଲା । ୧୩ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ନେଇ ଗବେଷଣା ହୋଇଥିଲା । ଜେନୋମିକ ଷ୍ଟଡ ପରେ ପରେ ୫  ପ୍ରକାର କରୋନା ଭାଇରସ୍  ଦେଖିବାକୁ ମିଳିଛି ।  ଏନେଇ ଅଜୟ  ପରିଡା କହିଛନ୍ତି  ୫ ପ୍ରକାର ଭାଇରସ ମିଳିବା ପରେ ଭ୍ୟାକସିନ ପାଇଁ ସୁବିଧା ହେବ ।