ଉତର ପ୍ରଦେଶ ସରକାରଙ୍କୁ ବିରୋଧି ଦଳର ସମାଲେଚନା

ନୂଆଦିଲ୍ଲୀ- କାନପୁର ଏନକାଉଂଟରରେ ମୃତ୍ୟୁ ବରଣ କରିଥିବା ୮ ପୋଲିସ ଅଫିସରଙ୍କୁ ନେଇ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ବିଏସପି ମୁଖ୍ୟ ମାୟାବତୀ । ଯେଉଁଠାରେ ସୁରକ୍ଷା କର୍ମୀଙ୍କ ନିରାପତା ନାହିଁ ସେମାନଙ୍କୁ ଗୁଳିକରି ହତ୍ୟା କରାଯାଉଛି ତେବେ ସାଧାରଣ ଲୋକେ କେତେ ସୁରକ୍ଷିତ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଉତରପ୍ରଦେଶର ଆଇନ ଶୃଙ୍ଗଳା ଦିନକୁ ଦିନକୁ ଦିନ ବିଗାଡିବାରେ ଲାଗିଛି । ତେଣୁ ଆଇନ ଶୃଙ୍ଗଳା ଉପରେ ଅଧିକ ଦୃଷ୍ଟି ଦେବା ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ମୃତ୍ୟୁ ବରଣ କରିଥିବା ସମସ୍ତଙ୍କ ପରିବାରର ଜଣଙ୍କୁ ଚାକରି ଦେବା ଓ ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ମୁଖ୍ୟ ଟୁଇଟ କରି କହିଛନ୍ତି ।

Comments (0)
Add Comment