ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା- ଜଟଣୀ ଥାନା ଅନ୍ତର୍ଗତ ମଦନପୁର ପଂଚାୟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପଂହଚି ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହିତ ସହିତ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି । ସୂଚନା ଅନୁଯାୟୀ ଏହି ପଂଚାୟତର କ୍ଷେତ୍ରମୋହନ ପ୍ରହରାଜଙ୍କ ବଡ ପୁଅଙ୍କୁ କେହି ଡାକିନେଇଥିଲେ । ଘର ଲୋକ ମଧ୍ୟ ଏହି କଥା ଜାଣିଥିଲେ । ତେବେ ଅନେକ ସମୟ ଧରି ପୁଅ ଘରକୁ ନଫେରିବାରୁ ପରିବାର ଲୋକେ ଫୋନ କରିଥିଲେ । ହେଲେ ଟିକନ ଫୋନ ଉଠାଇ ନଥିଲେ । ଫୋନ ନ ଉଠାଇବାରୁ ପରିବାର ସଦସ୍ୟଙ୍କ ସନେ୍ଦାହ ହୋଇଥିଲା । ପୁଅକୁ ଚାରିଆଡେ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ । ଶେଷରେ ଟିକନର ମୃତୁ୍ୟ ଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନେ୍ଦହ ଘେରରେ । ପୋଲିସ ଅପମୃତୁ୍ୟ ମାମାଲା ରୁଜୁ ନକରି ଏହାର ତଦନ୍ତ କରି ଦୋଷୀଙ୍କୁ କୋଠର ଦଣ୍ଡ ଦିଅନ୍ତୁ ବୋଲି ମୃତ ଟିକନର ପରିବାର ଲୋକ ଦାବି କରିଛନ୍ତି ।

Comments (0)
Add Comment