ଦେଶର ୮୩ ଟନ୍ ସୁନା ନକଲି

ବେଜିଂ: ସାରା ବିଶ୍ୱରେ ଚୀନ୍ ନିଜ ନକଲି ଜିନିଷ ବିକ୍ରି କରିବା ନେଇ ଖୁବ୍ ବଦନାମ୍ ଥିବାବେଳେ ଚୀନ୍ର ଗୋଲ୍ଡ ରିଜର୍ଭର ୮୩ ଟନ୍ ସୁନା ନକଲି ବୋଲି ଜଣାପଡିଛି । ଜିରୋ ହେଜ୍ ନାମକ ୱେବସାଇଟର ରିର୍ପୋଟ ଅନୁସାରେ କିଙ୍ଗଗୋଲ୍ଡା ଜୁଏଲାରୀ ଉହାନରେ ରହିଛି । ଏହା ଚୀନ୍ରେ ୧୪ ଫାଇନାନ୍ସିଆଲ କମ୍ପାନୀରୁ ଗତ ୫ ବର୍ଷରେ ୨.୮ ବିଲିୟନ ଡଲାର ଲୋନ୍ ନେଇଛି । ଏହି ଲୋନ୍ ପାଇଁ କମ୍ପାନୀ ୮୩ ଟନ୍ ନକଲି ଗୋଲ୍ଡ ବାର ଜାମିନ ଭାବେ ରଖିଥିଲେ । ନିକଟ ଇତିହାସରେ ଏହାକୁ ଚୀନର ସବୁଠାରୁ ବଡ ସୁନା ଦୁର୍ନୀତି ବୋଲି କୁହାଯାଉଛି । କିଙ୍ଗଗୋଲ୍ଡ ଜୁଏଲାରୀ କମ୍ପାନୀ ବିଶ୍ୱର ବଡ ଘରୋଇ କମ୍ପାନୀ , ଯାହା ସୁନାର କାମ କରିଥାଏ । କମ୍ପାନିର ମାଲିକ ହେଉଛନ୍ତି ପୂର୍ବତନ ସାମରିକ ଅଧିକାରୀ ଜିଆ ଜିହୋଙ୍ଗ ।

Comments (0)
Add Comment