କୋଲକାତା: ପଶ୍ଚିମବଙ୍ଗ ବିଜେପି ସାଂସଦ ଲକେଟ ଚାଟାର୍ଜିଙ୍କୁ କରୋନା । ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବା ପରେ ସେ ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ଟ୍ୱିଟ୍ ଯୋଗେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏବେ ସେ ହୋମ୍ କ୍ୱାରେଂଟାଇନ୍ ରେ ରହି ଚିକିତ୍ସିତ ହେଉଛନ୍ତି । ଜୁନ୍ ୧୯ରେ ସେ ସହିଦ୍ ଜବାନ ଓରାଙ୍ଗଙ୍କ ଶେଷକୃତ୍ୟରେ ସେ ସାମିଲ୍ ହୋଇଥିଲେ ।ଯବାନଙ୍କ ଶେଷ କୃତ୍ୟରେ ସାମିଲ୍ ହୋଇଥିବା ବହୁ ଲୋକ ଲକେଟଙ୍କ ସଂଶ୍ପର୍ଷରେ ଆସିଛନ୍ତି । ଲକେଟ୍ ଚାଟାର୍ଜି କରୋନା ପଜିଟିଭ ଚିହ୍ନଟ ହେବା ବର୍ତମାନ ଚିନ୍ତାର କାରଣ ପାଲଟିଛି ।